How to download ROR copy Odisha
ଜମି ପଟ୍ଟା କିପରି ଅନଲାଇନରେ ଡାଉନଲୋଡ କରିବା
ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରଚଳିତ ୱେବସାଇଟ
http://bhulekh.ori.nic.in/RoRView.aspx
ଲିଙ୍କ ଉପରେ କ୍ଲିକ୍ କରନ୍ତୁ। ଓଡ଼ିଶା ସରକାରଙ୍କ ଏହି ୱେବସାଇଟରେ ଓଡ଼ିଶାର ସମସ୍ତ ଜିଲ୍ଲାର ସମସ୍ତ ତହସିଲ ଅନ୍ତର୍ଭୂକ୍ତ ଜମି ବା ଜାଗାର ବିବରଣୀ ପ୍ରଦାନ କରାଯାଇଛି।
ଏହା ଦ୍ୱାରା ସମସ୍ତେ ଓଡ଼ିଶାର ଯେକୌଣସି ଜମି ବା ଜାଗାର ବିବରଣୀ ଏହି ୱେବସାଇଟରୁ ଡାଉନଲୋଡ କରିପାରିବେ।
ଜମି ପଟ୍ଟା ଡାଉନଲୋଡ କରିବା ପ୍ରକ୍ରିୟା ନିମ୍ନରେ ଦିଆଯାଇଛି।ଏହି ପ୍ରକ୍ରିୟାରେ ଓଡ଼ିଶାର ଯେକୌଣସି ଜମି ବା ଜାଗାର ବିବରଣୀ ଡାଉନଲୋଡ କରିପାରିବେ କିମ୍ବା ଦେଖିପାରିବେ।
ନିମ୍ନରେ ଥିବା ଲିଙ୍କ ଉପରେ କ୍ଲିକ୍ କରନ୍ତୁ
http://bhulekh.ori.nic.in/RoRView.aspx
ୱେବସାଇଟ ଆସିବା ପରେ ଜମି ବା ଜାଗାର ବିବରଣୀ ପ୍ରଦାନ କରନ୍ତି ଯଥା-
ଜିଲ୍ଲା (District)ର ନାମ
ତହସିଲ (Tahasil)ର ନାମ
ଗ୍ରାମର (Village) ନାମ
ନାମ ପ୍ରଦାନ କରନ୍ତୁ।
ଏହି ସବୁ ବିବରଣୀ ପ୍ରଦାନ କରିବା ପରେ ଜମି ବା ଜାଗା ପଟ୍ଟାର ଆଗ ପୃଷ୍ଠା ବା ପଛ ପୃଷ୍ଠା ଦେଖିବା ପାଇଁ ନିଜ ପସନ୍ଦର RoR Front Page କିମ୍ବା RoR Back Page ଉପରେ କ୍ଲିକ୍ କରନ୍ତୁ।
ଏବଂ ସେହି ପୃଷ୍ଠା ଆସିବା ପରେ ପ୍ରିଣ୍ଟ କରିବା ପାଇଁ ତଳେ ଥିବା Print ଉପରେ କ୍ଲିକ୍ କରନ୍ତୁ।
ପଟ୍ଟାର ବିବରଣୀ ପ୍ରିଣ୍ଟ କରିବା ପାଇଁ ହେଲେ ତଳେ ଥିବା ପ୍ରିଣ୍ଟ ଉପରେ କ୍ଲିକ୍ କରନ୍ତୁ।
0 Comments