ଚନ୍ଦ୍ର ଗ୍ରହଣ - ପୃଥିବୀ ଯେତେବେଳେ ସୂର୍ଯ୍ୟ ଓ ଚନ୍ଦ୍ର ର ମଧ୍ୟଭାଗରେ ରହିଥାଏ ସେତେବେଳେ ପୃଥିବୀ ପୃଷ୍ଠର ଛାଇ ଦ୍ୱାରା ଚନ୍ଦ୍ର ଫିକା ଦେଖାଯାଏ । ତାହାକୁ ଆମେ ଚନ୍ଦ୍ର ଗ୍ରହଣ ବୋଲି କହିଥାଉ ।
୨୦୨୦ ମସିହାରେ ୪ ଟି ଚନ୍ଦ୍ର ଗ୍ରହଣ ହୋଇଥିଲା - ଜାନୁୟାରୀ ୧୦, ଜୁନ୍ ୫, ଜୁଲାଇ ୪ ଓ ଚତୁର୍ଥ ଚନ୍ଦ୍ର ଗ୍ରହଣ ଯାହାକି ୩୦ ନଭେମ୍ବର ରେ ପରିଲକ୍ଷିତ ହେବ ।
ଚନ୍ଦ୍ର ଗ୍ରହଣ ତାରିଖ - ୩୦ ନଭେମ୍ବର ୨୦୨୦
ସମୟ - ଆରମ୍ଭ ଘ. ୧.୦୪ ମି. ଓ ଶେଷ ଘ. ୫.୨୨ ମି.
ଭାରତୀୟ ତଥ୍ୟ ଅନୁସାରେ ଚନ୍ଦ୍ର ଗ୍ରହଣ ସମୟରେ ରାହୁ ନାମକ ଦାନବ ଚନ୍ଦ୍ରଙ୍କୁ ଗ୍ରାସ କରିଥାଏ । ଯାହାକୁ ଆମେ ଚନ୍ଦ୍ର ଗ୍ରହଣ କହିଥାଉ ।
ଚନ୍ଦ୍ର ଗ୍ରହଣ ସମୟରେ କଣ କରିବା ବା ନ କରିବା -
ଚନ୍ଦ୍ର ଗ୍ରହଣ ସମୟରେ ଖାଦ୍ୟ ଖାଇବା ଓ ରୋଷେଇ କରିବା ନିଷେଧ ଅଟେ ।
ଗର୍ଭବତୀ ମହିଳା ମାନଙ୍କୁ ବହୁତ ସତର୍କ ରହିବା ପାଇଁ କୁହାଯାଏ । କାରଣ କୁହାଯାଏ କି ଏହି ସମୟରେ ଖରାପ ବା ଦୁଷ୍ଟ ଶକ୍ତି ମାନଙ୍କ ର ପ୍ରଭାବ ବେଶି ରହିଥାଏ ।
ଚନ୍ଦ୍ର ଗ୍ରହଣ ପୂର୍ବରୁ ତିଆରି କରି ରଖିଥିବା ଖାଦ୍ୟ ଚନ୍ଦ୍ର ଗ୍ରହଣ ପରେ ଖାଇବା ନିଷେଧ ଅଟେ ।
ଖରାପ ବା ଦୁଷ୍ଟ ଶକ୍ତି ମାନଙ୍କ ର ପ୍ରଭାବ ବେଶି ରହିଥିବା ଯୋଗୁଁ ସମସ୍ତଙ୍କୁ ଘରେ ରହିବା ପାଇଁ ସୂଚନା ଦିଆଯାଏ ।
ଚନ୍ଦ୍ର ଗ୍ରହଣ ସମୟରେ ଶୋଇବା ମନା କରାଯାଇଥାଏ ।
ପିଇବା ଜଳରେ ତୁଳସୀ ପତ୍ର ପକାଇ ଜଳକୁ ସଫା ରଖା ଯାଇଥାଏ ।
0 Comments