Die Cyclone



ଡାଏ ବାତ୍ୟା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏକ ବାତ୍ୟା ରୂପ ଧାରଣ କରିଛି। ଯାହାକି ଏବେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଆଡକୁ ଅଗ୍ରସର ହୋଇଛି। ଏହାକୁ ଡାଏ ନାମ ଦିଆଯାଇଛି। ଏହି ଡାଏ ବାତ୍ୟା ଯୋଗୁଁ ଘଣ୍ଟାକୁ ୭୦ ରୁ ୮୦ କି. ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ବାତ୍ୟା ଓଡିଶାର ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଗଜପତି ଏବଂ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ବିଜୟନଗରମ ଓ ଶ୍ରୀକାକୁଲମ ଜିଲ୍ଲାରେ ବହୁତ୍ ପ୍ରଭାବ ପକାଇବ ବୋଲି ଆଶଙ୍କା ରହିଛି। ଏଥିପାଇଁ ସମସ୍ତଙ୍କୁ ସତର୍କ ସୂଚନା ଦିଆଯାଇଛି ଏବଂ କ୍ଷୟକ୍ଷତିର କମ୍ ଆଶା କରାଯାଉଛି।