ଲଡ଼ୁକେଶ୍ବର ମନ୍ଦିର -
ଲଡୁକେଶ୍ୱର ବା ଲଡୁବାବା ସ୍ବୟଂଭୂ ଲିଙ୍ଗ | ପ୍ରାରମ୍ଭରେ ଏହି ଲିଙ୍ଗ ନକୁଳେଶ୍ବର ନାମରେ ପରିଚିତ ଥିଲେ। କାଳକ୍ରମେ ଅପଭ୍ରଂଶ ଘଟି ଲଡୁକେଶ୍ବର ହୋଇଥିବା ଜଣାଯାଏ। ସେ 'ହରିହର' ରୂପରେ ଆଖ୍ୟାୟିତ । ବଡ଼ ବଡ଼ ମୂର୍ତ୍ତିମାନଙ୍କରେ ଖୋଦନ ଶୈଳୀରୁ ଶିଳ୍ପରୁ ମନ୍ଦିରଟି ପଞ୍ଚଦଶ ଶତାବ୍ଦୀରେ ନିର୍ମିତ ହୋଇଥିବା ବିଶ୍ବାସ କରାଯାଏ। ମନ୍ଦିର ଚତୁଃପାର୍ଶ୍ବରେ ଗଣେଶ, ବାସୁଦେବ, କାର୍ତ୍ତିକେୟ, ଗଙ୍ଗାଦେବୀ ଆଦି ପାର୍ଶ୍ଵ ଦେବାଦେବୀ ସଂସ୍ଥାପିତ । ମନ୍ଦିରର ଦ୍ଵାରପାଳ ନନ୍ଦି ଓ ଭ୍ରୂକୁଟୀ। ମନ୍ଦିର ବେଢ଼ାରେ ନବଗ୍ରହ, ଶ୍ରୀଜଗନ୍ନାଥ, ପାର୍ବତୀ, ସୂର୍ଯ୍ୟ, ବାବା ବୈଦ୍ୟନାଥ, ପଞ୍ଚମୁଖୀ ହନୁମାନଙ୍କ ବିଗ୍ରହ ପୂଜା ପାଉଛନ୍ତି । ଏକ କିଂବଦନ୍ତୀ ଅନୁଯାୟୀ ପୂର୍ବ କାଳରେ ଏବର ଶରଣକୁଳ ଓ ରଣପୁର ଅଞ୍ଚଳକୁ ନେଇ ଗଠିତ କଲାକାରେ "ବାଣା" ନାମକ ଦାନବ ରାଜା ରାଜତ୍ବ କରୁଥିଲେ। ସେ ଥିଲେ ପରମ ଶୈବ । ଘଞ୍ଚ ବନାନୀ ମଧ୍ୟରେ ଦାନବ ରାଜା ଶିବଲିଙ୍ଗ ପ୍ରତିଷ୍ଠା କରାଇଥିଲେ। ମନ୍ଦିର ନିକଟସ୍ଥ ‘ଅସୁରଢ଼ିପା’ ଗ୍ରାମ ବାଣାସୁରଙ୍କ ରାଜଧାନୀ ଥିବା କହାଯାଏ। ଲଡ଼ୁବାବାଙ୍କ ଜୈନନ୍ଦିନ ନୀତିକାନ୍ତି ମଧ୍ୟରେ ତିନି ଧୂପ ଓ ପାଞ୍ଚ ଅବକାଶ ଅନ୍ତର୍ଭୁକ୍ତ । ଚନ୍ଦନଯାତ୍ରା, ଶୀତଳଷଷ୍ଠୀ, ଶିବରାତ୍ରି, ଝୁଲଣଯାତ୍ରା, ବଡ଼ଓଷା ଆଦି ଲଡ଼ୁବାବାଙ୍କ ମୁଖ୍ୟ ପର୍ବ।